ବ୍ରହ୍ମପୁର,୧୬/୧୦(ଡି.ଏଚ ବ୍ୟୁରୋ):-ଅଦରକାରୀ ଜିନିଷର କଳାକୃତି ବି ଆଣିଦେଇପାରେ ଅନ୍ତର୍ଜାତୀୟ ସମ୍ମାନ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ସ୍ଥିତ ମାରୁତୀ ନଗର ଦ୍ବିତୀୟ ଲାଇନର ଶିଳ୍ପୀ ମନୀଷା କୁମାରୀ ପଣ୍ଡା । ସେ ଅଦରକାରୀ ସାମଗ୍ରୀ ରେ ଅତି ସୁନ୍ଦର ଭାବେ ଜଗନ୍ନାଥଙ୍କ ଦଶା ଅବତାର ,ନବଗୁଞ୍ଜର ଓ ପଟ୍ଟଚିତ୍ର କରି ଚର୍ଚ୍ଚିତ ଥିବାବେଳେ ଗତ ୨୮ ତାରିଖରେ ମୁମ୍ବାଇର ନାସିକରେ ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ମାନ ସମାରୋହରେ ଇଣ୍ଟରନେସନାଲ ଆଇଡ଼ଲ ଆଓ୍ବାର୍ଡ଼ ୨୦୨୨ ରେ ତାଙ୍କୁ ସମ୍ମାନୀତ କରାଯାଇଛି ।ଫଳରେ ତାଙ୍କ ନିକଟକୁ ଛୁଟୁଛି ପ୍ରସଂସାର ସୁଅ l ଏବଂ ବିଶ୍ୱ ରେକର୍ଡ ରଖିବାପାଇଁ ଆଶା ବାନ୍ଧିଛନ୍ତି ମନୀଷା ।