ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ଏମ୍ଓୟୁ ସ୍ୱାକ୍ଷରିତ ଓ କର୍କଟ କର୍ମଶାଳା ଅନୁଷ୍ଠିତ ।

69
ADVERTISEMENT

ବ୍ରହ୍ମପୁର,୧୪/୧୦(ଡି.ଏଚ୍ ବ୍ୟୁରୋ):-ଦକ୍ଷିଣ ଓଡିଶାର ମହିଳା ଉଚ୍ଚଶିକ୍ଷାର ଶୀର୍ଷ ଅନୁଷ୍ଠାନ ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷାର ଅଧିକ ପ୍ରସାର ପାଇଁ ନୂତନ ଭିତ୍ତି ସ୍ଥାପିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କାହ୍ନୁଚରଣ ପାଢୀଙ୍କ ଉଦ୍ୟମ କ୍ରମେ ହେରିଟେଜ୍ ଭିଜନ୍ ଏଜୁକେଶନ ଟ୍ରଷ୍ଟ ସହ ଆଜି ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ ଚଳିତବର୍ଷ ଠାରୁ ଏଠାରେ ବିବିଏ,ବିସିଏ (ଡିଜିଟାଲ ଫୋରେନସିକ୍),ବିଏସସି(ମାଇକ୍ରୋବାୟୋଲଜି),ଏମବିଏ,ପିଏମଆଇଆର,ଏମଏସସି(ମାଇକ୍ରୋବାୟୋଲଜି), ସେଲ୍ଫ ଫାଇନାନ୍ସ ଆରମ୍ଭ ହେବ ।ଫଳରେ ଏସବୁ କର୍ମ ନିଯୁକ୍ତି ପାଠ୍ୟକ୍ରମରେ ଅଧୟନ ପାଇଁ ଏ ଅଂଚଳରେ ଛାତ୍ରମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ଆଉ ଦୂର ସ୍ଥାନକୁ ଯିବାକୁ ପଡିବ ନାହିଁ । ପ୍ରକାଶ ଥାଉ କି ଡ଼ା ପାଢୀଙ୍କ ଅଧ୍ୟକ୍ଷ ହେବାପରେ ମହାବିଦ୍ୟାଳୟଟି ସ୍ୱଚ୍ଛତା, ଶୃଙ୍ଖଳା ଆଦି ଦିଗରୁ ବହୁ ପ୍ରଗତି କରିଛି ।ଏବେ ଶିକ୍ଷାଦାନ ଦିଗରୁ ଆହୁରି ଉନ୍ନତି ହେବାର ସୁଯୋଗ ହୋଇଛି । ଏବଂ କର୍କଟ ସଚେତନତା ମାସ ଉପଲକ୍ଷେ ମଧ୍ୟ ଆଜି ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟରେ ଅଧ୍ୟକ୍ଷକ ସଭାପତିତ୍ୱରେ ଅନୁଷ୍ଠିତ ଏ କର୍ମଶାଳାର ସମ୍ ଅଲଟମେଣ୍ଟର ଡ଼ ଶୁଭାଷିଶ ମିଶ୍ର ପ୍ରମୁଖ ସାଧନାକର୍ମୀ ରୂପେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଚିତ୍ତରଞନ ଶତପଥୀ,ଭରତାର୍ଷବ ଦାସ, ରବିନ୍ଦ୍ର ପ୍ରଧାନ ଓ ବିଶ୍ୱଜିତ୍ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Advertisement