ବି.ନୂଆଗାଁ,୨୯/୯(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ବି.ନୂଆଗାଁ ଠାରେ ବିଶ୍ଵ ହୃତପିଣ୍ଡ ଦିବସ ଉପଲକ୍ଷେ ବି.ନୂଆଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ରା଼ଲ୍ଲୀ ଆୟୋଜିତ କରାଯାଇଥିଲା ଏଠାରେ ସରପଞ୍ଚ ଏମ୍.ମୋହନ ରାଓ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଆର.ତ୍ରିବେଣୀ,ସବିତା ଶବର ,ଆଶାକର୍ମୀ ଡ଼ି.ଚନ୍ଦ୍ରାମତି,କେ.ଦମୟନ୍ତୀ,ସେହ୍ନାଞଳି ରାଉଳ,ଯୁବ ସ୍ବେଛାସେବୀ ଋଷିକେଶ ବେହେରା ଓ ଗ୍ରାମର ଭଦ୍ର ବ୍ୟକ୍ତି,ଯୁବଗୋଷ୍ଠୀ ରାଲ୍ଲୀରେ ଉପସ୍ଥିତଥିଲେ l ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଜନସାଧାରଣଙ୍କୁ ହୃତଘାତ ଦିବସରେ ଲୋକମାନଙ୍କୁ କିପରି ଏହି ରୋଗରୁ ଦୁରେଇ ରହିବେ ତାହା ବୁଝାଇ କହିଥିଲେ l ଧୁମପନ ଓ ମଦ୍ୟପାନ ଠାରୁ ଦୁରେଇ ରହିବା ଓ ମାନସିକ ଦୃଶ୍ଚିନ୍ତା ମାନସିକତା ଠାରୁ ଦୁରେଇ ରହିବା ଓ ତେଲ,ମସଲା, ମାଂସ କମ ବ୍ୟବହାର କରିବା ସୁସ୍ଥ ଜୀବନ ଯାପନ କରିବା ଓ ଅନ୍ୟନ୍ୟ ବିଷୟରେ ମଧ୍ୟ୍ୟ ସଚେତନତା କରାଇଥିଲେ l ଯୋ ଦ୍ୱାରା ଏକା ସୁସ୍ଥ ପରିବାର,ପରିବେଶ ଦେଶର ଗଠନ କାର୍ଯ୍ୟରେ ସହାୟତା ହୋଇପାରିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ତ୍ରିବେଣୀ ଲୋକ ମାନଙ୍କୁ ବୁଝାଇ ଥିଲେ ଓ ଟି.ବ୍ରହ୍ମପୁରରୁ ବାହାରି ସି.ସରଦାପୁର ପର୍ଯ୍ୟନ୍ତ ରା଼ଲ୍ଲୀ ର ଆୟୋଜିତ କରିଥିଲେ l