ବାଲିଅନ୍ତା,୨୪/୮(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବାଲିଅନ୍ତା ରାଜସ୍ବ ନିରୀକ୍ଷକ (ଆରଆଇ) ଦେବଦତ୍ତ ବିଶ୍ବାଳ । ସେ ଜଣକର ପୈତୃକ ସମ୍ପତ୍ତି ଭାଗ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବା ସହ କେସ୍ ନମ୍ବର ୨୭ରେ ଏକ ମାମଲା ରୁଜୁ କରି ଗିରଫ କରିଛି।