ତୀର୍ଥଯାତ୍ରୀ ବସର ପଛ ପଟୁ ଧକ୍କା ଦେଲା ମାଲବାହୀ ଟ୍ରକ,ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ।

88
ADVERTISEMENT

ବାଲେଶ୍ୱର,୧୭/୮(ଡି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନ ଜାତୀୟ ରାଜପଥ କୋଟିପୋଲ ନିକଟରେ ରାସ୍ତା କଡରେ ଥିବା ଏକ ତୀର୍ଥଯାତ୍ରୀ ବସର ପଛ ପଟୁ ଧକ୍କା ଦେଲା ମାଲବାହୀ ଟ୍ରକ । ଫଳରେ ବସ ସମ୍ମୁଖରେ ଛିଡା ହୋଇଥିବା ତୀର୍ଥ ଯାତ୍ରୀମାନଙ୍କ ଉପରେ ବସଟି ଚଢି ଯାଇଥିଲା । ଏଥିରେ ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ରୁ ଅଧିକ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି । ଉକ୍ତ ବସଟି ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଂଚଳରୁ କିଛି ତୀର୍ଥଯାତ୍ରୀକୁ ନେଇ ପୁରୀ ଆସୁଥିଲା ।

Advertisement