ବାରିପଦା,୦୮/୭(ଡି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋର ପଛପଟୁ ଏକ ଟ୍ରକ୍ ଭାରସ୍ୟାମ ହରାଇ ଧକ୍କା ଦେବା ଫଳରେ ବୋଲେରୋରେ ଜଣେ ମହିଳା ସମେତ ୪ ଜଣଙ୍କର ମୃତ୍ୟୁ l ଏହାସହ ଜଣେ ନାବାଳକ ଆହତ ହୋଇ ବାରିପଦା ମେଡିକାଲ୍ରେ ଭର୍ତ୍ତି । ଏବଂ ସମସ୍ତ ଗୋଟିଏ ପରିବାରର ଥିବାବେଳେ ସେମାନେ ଏକ ଦଶାହ କର୍ମରେ ଯୋଗଦେଇ ଫେରୁଥିଲେ l