ପୁରୀ,୦୭/୭(ଡି.ଏଚ ବ୍ୟୁରୋ):-ଗୁଣ୍ଡିଚା ମନ୍ଦିରରେ ସରି ଆସିଲାଣି ମହାପ୍ରଭୁଙ୍କ ଲୀଳାଖେଳ l ଫଳରେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ଶରଧାବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଏବଂ ବାହୁଡ଼ା ଯାତ୍ରାର ପୂର୍ବଦିନ ଆଡ଼ପ ମଣ୍ଡପରେ ଭକ୍ତମାନେ କେବଳ ଅପରାହ୍ଣ ୪ଟା ଯାଏଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ।