ପୁରୀ,୦୨/୭(ଡି.ଏଚ ବ୍ୟୁରୋ):-ଶରଧାବାଲିରେ ଲାଗିଲା ୩ ରଥ । ରଥ ଉପରେ ତିନି ଠାକୁରଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଫଳରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହୋଇଛି ଅପୂର୍ବ ମିଳନ । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଘଣ୍ଟ ,ତାଳ ,ମୃଦଙ୍ଗ ସହ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ । ଏବଂଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ ମାନବୀୟ ଲୀଳାଖେଳା କରିଛନ୍ତି ମହାପ୍ରଭୁ।