ନିମାପଡା,୩୦/୬(ଡି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଇଁସ ଶାସନ ଗ୍ରାମ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । ଫଳରେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସଭାପତି ଅଶୋକ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ପ୍ରମୁଖ ଯୋଗ ଦେଇ ନୂଆ ସଭ୍ୟମାନଙ୍କୁ ସ୍ବାଗତ କରିଥିଲେ ।