ନୂଆଦିଲ୍ଲୀ,(ଦୁନିଆ ହାଲ୍ ଚାଲ୍): ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳେ ଦୁଇ ଘଣ୍ଟା ମଧ୍ୟରେ ମଧ୍ୟମ ତୀବ୍ରତାର ପ୍ରାୟ ୯ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା ୧୪ ମିନିଟରେ ଅନୁଭୂତ ହୋଇଥିଲା। ପ୍ରଥମ ଝଟକାର ତୀବ୍ରତା ଥିଲା ୪.୯ । ଏହାର କିଛି ମିନିଟ୍ ମଧ୍ୟରେ ୫ ତୀବ୍ରତା ଥିବା ଅନ୍ୟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଶେଷ ଝଟକା ସକାଳ ୬ଟା ୫୪ ମିନିଟରେ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ଥିଲା ୫.୨ ।