ମୟୁରଭଞ୍ଜ,୨୪/୫(ଡି.ଏଚ୍ ବ୍ୟୁରୋ):-ଆଜି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ବିଜେପି ଓ ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ୫ ଘଣ୍ଟିଆ ଯଶୀପୁର ବନ୍ଦ । ଏହି ବନ୍ଦ ଡ଼ାକରାରେ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ଏବଂ ଯଶୀପୁର ଦେଇ ଯାଇଥିବା ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି ।