ବଡ଼ବିଲ,୧୬/୫(ଡି.ଏଚ୍ ବ୍ୟୁରୋ):-ଛତିଶଗଡ଼କୁ ୨୦ ମେଟ୍ରିକ୍ ଟନ୍ ମାଙ୍ଗାନିଜ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ପକ୍ଷରୁ ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ ସହ ୭ଜଣ ଗିରଫ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏବଂ ଜବତ ମାଙ୍ଗାନିଜର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି ।