ମୟୂରଭଞ୍ଜ,୯/୫(ଡି.ଏଚ୍ ବ୍ୟୁରୋ):-ଆଜି ମୟୂରଭଞ୍ଜ ଜିଲ୍ଲାରେ ୫ ଦଫା ଦାବି ନେଇ ଭଞ୍ଜସେନା ପକ୍ଷରୁ ୪ ଘଂଟିଆ ହରତାଳ । ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ସେବା ସାଙ୍ଗକୁ ପର୍ଯ୍ୟଟନ ଓ ଗମନାଗମନର ବିକାଶ ଭଳି ବିଭିନ୍ନ ଦାବିନେଇ ଜିଲ୍ଲାର ସମସ୍ତ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ ସହ ଚେତାବନୀ ।