ଭୁବନେଶ୍ୱର,୩/୫(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ସାମନ୍ତରାପୁର ଛକରେ ପୁଣିଥରେ ସୁନା ଦୋକାନୀଙ୍କ ଉପରକୁ ଗୁଳି ମାଡ । ତିନିଜଣ ଦୁର୍ବୃତ୍ତ ପଲସର ବାଇକରେ ଆସି ଚାରି ରାଉଣ୍ଡ ଗୁଳି ଚଳାଇବା ଫଳରେ ଜୁଏଲର ଦୋକାନ ମାଲିକ ପ୍ରଶାନ୍ତ ସାହୁ ଓ କାରିଗର ରାଜେନ୍ଦ୍ର ସାହୁ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନଭିନ୍ ଜାରି ।