କୋରାପୁଟ,୧୭/୪(ଡି.ଏଚ୍ ବ୍ୟୁରୋ):-କୋରାପୁଟ ଜିଲ୍ଲା ପାଡୁଆ ଥାନା ଚମ୍ପୁଆ ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିବାବେଳେ କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ନନ୍ଦପୁର-ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି ।