ନୂଆଦିଲ୍ଲୀ,୧୬/୪(ଡି.ଏଚ ବ୍ୟୁରୋ):-ଆଇଆଇଟି କାନପୁର ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ଜୁନ୍ ମାସରେ ଆସିପାରେ କରୋନାର ଚତୁର୍ଥ ଲହର । ଏନେଇ ଡର ବଢାଇଛି କରୋନାର ନୂଆ ଭାରିଆଣ୍ଟ XE । ଏହି ନୂଆ XE ଭାରିଆଣ୍ଟ ଜନିତ ସଂକ୍ରମଣ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିବାବେଳେ ଦେଶରେ ପୁଣି ଥରେ ଚତୁର୍ଥ ଲହର ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଲର୍ଟ କରିଛନ୍ତି ।