ଭୁବନେଶ୍ୱର,୮/୪(ଡି.ଏଚ୍ ବ୍ୟୁରେ।):-ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହେବ ସମ୍ଭାବନା । ଫଳରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲା ୱାର୍ଣ୍ଣିଂ ଜାରି । ଏବଂ ଆସନ୍ତା ୯ ଓ ୧୦ ତାରିଖରେ କାଳବୈଶାଖୀ ପ୍ରଭାବରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ।