ଭୁବନେଶ୍ୱର,୬/୪(ଡି.ଏଚ ବ୍ୟୁରୋ):-ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍ ବଟଲରଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦମଦାର ବ୍ୟାଟିଂ । ସେ ପୁରା ୨୦ ଓଭର ଯାଏଁ ନଟଆଉଟ୍ ରହି ୪୭ଟି ବଲ୍ ରେ ୭୦ ରନ୍ କରିଥିଲେ । ତେବେ ସେ ତାଙ୍କ ଇନିଂସରେ କେବଳ ଛକା ଓ ସିଙ୍ଗଲ ରନ୍ ନେଇ ହିଁ ସ୍କୋର୍ କରିଥିଲେ । ଏବଂ ଇନିଂସରେ ବଟଲରଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୪୮.୯୪ ।