କୋରାପୁଟ,o୫/୪(ଡି.ଏଚ୍ ବ୍ୟୁରୋ):-କୋରାପୁଟ ଜିଲ୍ଲା ସାନକିଚବ ଗାଁରୁ ଏକ ଟ୍ରକରେ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଲମତାପୁଟ ପୋଲିସ ପକ୍ଷରୁ ୧୮ଟି ବସ୍ତାରେ ପ୍ରାୟ ୫ କ୍ବିଣ୍ଟାଲ ୪୦ କେଜି ଓଜନର ଗଞ୍ଜେଇ ଜବତ ସହ ଜଣେ ଗିରଫ । ଏବଂ ଗିରଫ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଉକ୍ତ ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୫୪ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।