ନିରାକାରପୁର,୨୫/୩(ଡି.ଏଚ ବ୍ୟୁରୋ):-ନିରାକାରପୁର ଥାନା ଅଧିନସ୍ଥ ହରିପୁର ଗାଁ ଛକ ନିକଟରେ ଅଙ୍ଗନବାଡି ଦିଦିଙ୍କ ବେକରୁ ଲୁଟେରା ସୁନା ଚେନ ଝାମ୍ପିବା ପଡିଲା ମହଙ୍ଗା । ଲୂଟ କରି ଚମ୍ପଟ ମାରିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡି ନିରଧୂମ ଛେଚା ଖାଇଲା ଲୁଟେରା । ଏବଂ ଲୁଟେରା ଜଣକ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ଅଞ୍ଚଳର ଶିବ ପ୍ରସାଦ ଦାସ ବୋଲି ସୂଚନା ।