ଗଞ୍ଜାମ,୨୩/୩(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ପିତ୍ତଳ ଛକନିକଟରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ତିନି ଭାଇ ସହ ତାଙ୍କର ଜଣେ ସମ୍ପର୍କୀୟ ପୁତୁରାଙ୍କୁ ଲୁହା ରଡ଼ ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆସିକା-ହିଞ୍ଜିଳକାଟୁ ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତଲୋକେ । ଏବଂ ଘଟଣାସ୍ଥଳରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଥିବା ସୂଚନା ।