ପାରାଦୀପ,୧୨/୦୨(ଡି.ଏଚ ବ୍ୟୁରୋ):-ପାରାଦୀପ ସହର ତାରେଣୀଗଡ଼ାରେ ପାରାଦୀପ ପୋଲିସ ପକ୍ଷରୁ ଏକ ନକଲି ମଶା ଧୂପକାଠି କାରଖାନା ଠାବ, ଜଣେ ଅଟକ । ବେଙ୍ଗାଲୁରୁର ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶା ଧୂପକାଠି ପ୍ରସ୍ତୁତ କରି ବେଆଇନ ଭାବେ କରୁଥିଲେ ବ୍ୟବସାୟ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଶାଧୂପ କାଠିସହ ମଶାଧୂପ ପ୍ରସ୍ତୁତ କରିବା ମିସିନ, ପଲିଥିନ ଓ ଅନେକ ଜିନିଷ ଜବତ ।