ଖୋର୍ଦ୍ଧା,୧୯/୧(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପଠାରେ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଉଜର ଦେଖାଇ ଫାଙ୍କା ଗୁଳି ଚାଳନା କରି ଲୁଟିନେଲେ ଟଙ୍କା । ଦୁର୍ବୃତ୍ତମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିବାବେଳେ ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଫଳରେ ସିସିଟିଭି ଫୁଟେଜ୍ ଆଧାରରେ ଜଙ୍କିଆ ଥାନା ପୋଲିସର ତଦନ୍ତ ଜାରି ।