ଭଦ୍ରକ,୦୮/୧(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ବାଇକରେ ୬୦ ଲିଟର ଦେଶୀ ମଦ ଚାଲାଣ ବେଳେ ମଦ ଜବତ ସହ ଦୁଇ ଜଣ ଗିରଫ । ଗିରଫ ଦୁଇ ଜଣ ହେଲେ ଧାମନଗର ଥାନା ଅନ୍ତର୍ଗତ ବେଲମଳା ଗ୍ରାମର ସୁଶାନ୍ତ କୁମାର ସ୍ବାଇଁ ଓ ରତ୍ନାକର ସ୍ବାଇଁ । ଏବଂ ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗର ସୂଚନା ।