ଗଜପତି,୧୪/୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଥିବାବେଳେ ସେମାନେ ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।