ବାଲେଶ୍ୱର,୧୧/୧୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର ମାର୍କୋଣା ବସଷ୍ଟାଣ୍ଡରୁ ୧୧ କେ.ଜି. ଓ଼ଜ଼ନର ଗଞ୍ଜେଇ ଜବତ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କ ଅଟକ ରଖି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଉକ୍ତ ଗଞ୍ଜେଇ ଭଦ୍ରକରୁ କୋଲକାତାକୁ ଚାଲାଣ ହେଉଥିବା ଜଣାପଡିଥିବା ବେଳେ ଏଥିରେ ଅନ୍ୟ କେହି ସଂପୃକ୍ତ ଅଛି କି ନାହିଁ ସେନେଇ ସୋର ପୋଲିସର ତଦନ୍ତ ଜାରି ।