ନୂଆପଡା,୦୯/୧୨(ଡ଼ି.ଏଚ ବ୍ୟୁରୋ):-ନୂଆପଡା ଜିଲ୍ଲା କୋମନା ପୋଲିସ ପକ୍ଷରୁ ୨ ଏଟିଏମ୍ ଲୁଟେରା ଗିରଫ । ସେମାନେ ହେଲେ ହରିୟାଣାର ହକ୍କୁ ଓ ସକିଲ ଏହମଦ୍ । ଦୁହେଁ ୬୪ ଗୋଟି ଟ୍ରାଞ୍ଜାକ୍ସନରେ ଲୁଟିଥିଲେ ପାଖାପାଖି ଲକ୍ଷେ ଟଙ୍କା । ଏବଂ ତାଙ୍କଠାରୁ ୨୧ଗୋଟି ଏଟିଏମ୍ କାର୍ଡ, ଗୋଟିଏ ଲାପଟପ୍, ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ସହ ୪ ଲକ୍ଷ ୨୨ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ।