ମୟୂରଭଞ୍ଜ,୦୨/୧୨(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କିନେଜିଆ ଜଙ୍ଗଲରୁ ସ୍ଥାନୀୟ ପୋଲିସ ପକ୍ଷରୁ ନକଲି ଦେଶୀ ମଦ କାରଖାନା ଠାବ । ଘଟଣା ସ୍ଥଳରୁ ୯୦ ଲିଟର ନକଲି ଦେଶୀ ମଦ ସହି ବିପୁଳ ମାତ୍ରାରେ ମହୁଲ ଜବତ । ତେବେ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ପୋଲିସ ଜାଳି ପୋଡି ନଷ୍ଟ କରିଥିବାବେଳେ ଜବତ ମଦ ଓ ମହୁଲର ଦାମ ଏକ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।