ବାଲୁଗାଁ,୨୭/୧୧(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ ନିକଟରେ ଯାତ୍ରୀବାହୀ ବସର ପଛପଟୁ ଧକ୍କା ଦେଲା ଟ୍ରକ। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ମୃତକ ହେଲେ ଗଙ୍ଗାଧର ମହାରଣା, ଇ.ଲୋଇଦାସ, ଓ ପ୍ରମିଳା ବେହେରା । ସମସ୍ତ ବ୍ୟକ୍ତି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳର ହୋଇଥିବାବେଳେ ସେମାନେ ଏକ ବସ୍ ଯୋଗେ ତୀର୍ଥ ଭ୍ରମଣରେ ବାହାରି ଘଟଗାଁ ତାରିଣୀ ଦର୍ଶନ କରି ଘରକୁ ଫେରୁଥିଲେ । ଏବଂ ଘଟଣାସ୍ଥଳରେ ବାଣପୁର ପୋଲିସର ତଦନ୍ତ ଜାରି ।