ଚୋରା ବଂଧୁକ କାରବାରରେ କଟକ କମିସନରେଟ୍ ପୁଲିସ ପକ୍ଷରୁ ୩ ଗିରଫ ।

122
ADVERTISEMENT

ଭୁବନେଶ୍ୱର,୧୭/୧୧ (ଡ଼ି.ଏଚ ବ୍ୟୁରୋ):-ଚୋରା ବଂଧୁକ କାରବାରରେ କଟକ କମିସନରେଟ୍ ପୁଲିସ ପକ୍ଷରୁ ୩ ଗିରଫ । ସେମାନେ ହେଲେ ଜଗତସିଂହପୁର ବିରିଡ଼ି ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଜିତ କୁମାର ସ୍ବାଇଁ ,ସୌଭାଗ୍ୟ ଜେନା ଏବଂ ଖୋର୍ଧା ଜିଲ୍ଲା ଚନ୍ଦକା ଅଞ୍ଚଳର ଦିବ୍ୟ ସ୍ବରୂପ ସାହୁ । ଏମାନଙ୍କ ନିକଟରୁ ୩ଟି ୯ ଏମ୍ଏମ୍ ପିସ୍ତଲ, ୨ଟି ୭.୬୫ ଏମ୍ଏମ୍ ପିସ୍ତଲ, ୩୦ ରାଉଣ୍ଡ ଗୁଳି, ଗୋଟିଏ ମହିନ୍ଦ୍ରା ଟିୟୁଭି କାର ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ସୂଚନା ।

Advertisement