ମାଲକାନଗିରି ,୮/୧୧ (ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ୫ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନଥିବା ବେଳେ ସୁରକ୍ଷିତ ଅବସ୍ଥାରେ ଏମାନଙ୍କୁ ଛାଡି ଦେବା ଲାଗି ମାଓ ସଂଗଠନକୁ ଦାବି କରିଛନ୍ତି ଆଦିବାସୀ ସମାଜ ।