କୁଚିଣ୍ଡା,o୩/୧୧ (ଡ଼ି.ଏଚ ବ୍ୟୁରୋ):-ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିରୋଧୀଙ୍କ ଆକ୍ରମଣ ପ୍ରତିବାଦରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ । ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦଥିବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ଛକଠାରେ ରାସ୍ତା ଅବରୋଧ କରି ଥିବା ଦେଖିବାକୁ ମିଳିଛି । ଏବଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।