ଭୁବନେଶ୍ୱର ,୨୩/୧୦(ଡ଼ି.ଏଚ ବ୍ୟୁରୋ):-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ଅବସରରେ ଖଣ୍ଡପ୍ରଳୟ ପରିସ୍ଥିତି ସୃଷ୍ଟି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ନାରାବାଜି କରିବା ସହ ବିରୋଧ କରି କଳାପତାକା ଦେଖାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ । ଆକ୍ରମଣରେ ବିଜେପି କର୍ମୀ ଆହତ ହୋଇଥିବାବେଳେ ପୋଲିସ ପକ୍ଷରୁ ଦୁଇ ବିଜେଡି କର୍ମୀ ଗିରଫ ହୋଇଥିବା ସୂଚନା । ସେମାନେ ହେଲେ ରାଜ୍ୟ ବିଜେଡି ଯୁବମୋର୍ଚ୍ଚା ସଂପାଦକ ଦିବ୍ୟବ୍ରତ ମହାନ୍ତି ଏବଂ ଅଜିତ ପରିଡ଼ା ।