ଢେଙ୍କାନାଳ,୨୧/୧୦(ଡ଼ିଏଚ. ବ୍ୟୁରୋ):-ଚର୍ଚ୍ଚିତ ଭଣ୍ଡ ସାରଥୀ ବାବା ନାରେ ଗ୍ରାମବାସୀଙ୍କୁ ପ୍ରହସନ ଦେବା ପଡ଼ିଲା ମହଙ୍ଗା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମରେ ଭଣ୍ଡ ସାରଥୀବାବାଙ୍କ ଭକ୍ତ ଦିବାକର ନାଥ ଓ ତାଙ୍କ ପୁଅ ସୁକାନ୍ତ ନାଥ ପ୍ରହସନର ଆସର ଜମାଇଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ସ୍ଥାନୀୟ ପୋଲିସ ଥାନାର ଦ୍ବାରସ୍ଥ ହୋଇଥିଲେ । ଏବଂ ଆଗକୁ ଏପରି ପ୍ରହସସନ ଜାରି ରହିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଥିବା ସୂଚନା ।