ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

102
ADVERTISEMENT

ସାଲେପୁର,୧୯/୧୦(ଡ଼ିଏଚ. ବ୍ୟୁରୋ):-ବନ୍ଦ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗ୍ରାମରେ ଏକ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ମୃତିରଞ୍ଜନ ରାଉତରାୟ । ସାଲେପୁର ପୋଲିସର ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡିଥିବାବେଳେ ସ୍ମୃତିରଞ୍ଜନଙ୍କୁ ତାଙ୍କ ଶଶୁର ଘର ଲୋକେ ସବୁବେଳେ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି ବୋଲି ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିବା ସୂଚନା ।

Advertisement