ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ

177
ADVERTISEMENT

ଭୁବନେଶ୍ୱର,୦୮/୧୦(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୨୦ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୭୫ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୧୪ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୨୫୦ ଜଣ, କୋରାପୁଟରୁ ୩ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ ଓ ଷ୍ଟେଟ ପୁଲରୁ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୦ ହଜାର ୫୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୧୭ ହଜାର ୧୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୧୧୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Advertisement