ମୋରଡା,୨୪/୯(ଡ଼ି.ଏଚ/ବ୍ୟୁରୋ): ଥମୁନି ଦେଶୀ ମଦ ବ୍ୟାପର । ଜଙ୍ଗଲରେ ଭିତରେ ଚାଲିଥିଲା ଦେଶୀ ମଦ ତିଆରି । କୌଣସି ସୂତ୍ରରୁ ଖବର ପାଇ ଅଚାନକ ମିଳିତ ଭାବେ ଚଢାଉ କରିଥିଲେ ମୋରଡା ଅବକାରୀ ବିଭାଗ ଓ ମୋରଡା ପୋଲିସ । ଭାଲୁକଚୁଆ ଜଙ୍ଗଲ ଭିତରେ ହଠାତ ପୋଲିସ ଦେଖି ଦେଶୀ ମଦ ତିଆରି କରୁଥିବା ଚୋରା ବେପାରୀ ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳେଇଥିଲେ । ସେହିପରି ମୋଦନଡିହି ଓ ହାଣ୍ଡିଭଙ୍ଗା ଗାଁର ଏକ ଫାଙ୍କା ସ୍ଥାନରେ ମଧ୍ୟ ଦେଶୀ ମଦ ଓ ପୋଚ୍ ତିଆରି ହେଉଥିବା ଖବର ପାଇଁ ଚଢ଼ାଉ କରାଯାଇଥିଲା । ସେଠାରୁ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ କୁ ଚକମା ଦେଇ ଚୋରା ବେପାରୀ ଖସିବାରେ ସଫଳ ହୋଇଥିଲେ । ସେଠାରେ ମଧ୍ୟ ପୋଚ୍ ଓ ଦେଶୀ ମଦ କୁ ନଷ୍ଟ କରାଯାଇଛି । ତେବେ ମୋଟ ୩୦୦୦ ଲିଟର ପୋଚ୍ ଓ ୧୦୦ ଲିଟର ଦେଶୀ ମଦ ଜବତ ପରେ ଘଟଣା ସ୍ଥଳରେ ସବୁକୁ ନଷ୍ଟ କରିଦିଆଯାଇଛି । ତେବେ ନଷ୍ଟ ହୋଇଥିବା ପୋଚ୍ ଓ ଦେଶୀ ମଦର ମୂଲ୍ୟ ୮୦ ହଜାର ଟଙ୍କା ର ହେବ ବୋଲି ମୋରଡା ଅବକାରୀ ଓଆଇସି ଭରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି ଚଢ଼ାଉରେ ସାମିଲ ଥିଲେ ମୋରଡା ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ । ତେବେ ମୋରଡା ଅବକାରୀ ଓ ପୋଲିସ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ । କେବେ ଚୋରା ମଦ ବେପାର କମୁଛି ତାହାକୁ ହିଁ ଅପେକ୍ଷା ।