କୋରାପୁଟ,୨୨/୯(ଡ଼ି.ଏଚ/ବ୍ୟୁରୋ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଲୁଲ୍ଲା ନିକଟ ନୂଆ କଲୋନୀ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଲା ମ୍ୟାକ୍ସ ପିକଅପ୍ ଭ୍ୟାନ୍ । ଲୁଲ୍ଲାରୁ କୋରାପୁଟ ଅଭିମୁଖେ ମ୍ୟାକ୍ସ ପିକଅପ୍ ଭ୍ୟାନ୍ ଟି ଯାତ୍ରୀଙ୍କୁ ନେଇ ଯାଉଥିଲା । ଭ୍ୟାନ୍ ଟି ଓଲଟି ପଡିବାରୁ ୩ ଜଣ ଗୁରୁତର ହେବା ସହ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛି । ଘଟଣାସ୍ଥଳରେ ଦଶମନ୍ତପୁର ପୋଲିସ ପହଞ୍ଚିଛି । ସମସ୍ତଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଵାସ୍ଥ୍ୟକେନ୍ଦ୍ର ନିକଟରେ ଆତ୍ମୀୟସ୍ବଜନଙ୍କ ଭିଡ଼ ଦେଖିବାକୁ ମିଳିଛି ।