ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୭୩୪ ସଂକ୍ରମିତ ଚିହ୍ନଟ

551
ADVERTISEMENT

ଭୁବନେଶ୍ୱର,୨୨/୯(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୧ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହ ୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩ ଜଣ, ବାଲେଶ୍ୱରରୁ ୩୦ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୯୧ ଜଣ, ଢ଼େଙ୍କାନାଳରୁ ୫ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୩୨ ଜଣ, ଯାଜପୁରରୁ ୨୯ ଜଣ, ଝାରସୁଗୁଡ଼ାରୁ ୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, କେଉଁଝରରୁ ୩ ଜଣ, ଖୋର୍ଦ୍ଧାରୁ ୩୩୫ ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୭ଜଣ, ନୟାଗଡ଼ରୁ ୭ ଜଣ, ପୁରୀରୁ ୧୭ ଜଣ, ନୂଆପଡ଼ରୁ ଜଣେ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୭ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦୨୧୯୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦୦୮୨୨୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୨୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Advertisement