କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ଗୁରୁତର

127
ADVERTISEMENT

ଖୋର୍ଦ୍ଧା,୨୧/୯(ଡ଼ି.ଏଚ/ବ୍ୟୁରୋ): ଖୋର୍ଦ୍ଧା ବୋଲଗଡ ନିକଟସ୍ଥ ଚୂଡା ଗାଁ ଛକରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଭୁବନେଶ୍ୱରରୁ ନୟାଗଡ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଝଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ତାଙ୍କୁ ବୋଲଗଡ ଏବଂ ପରେ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ବାଇକ୍ ଆରୋହୀ ଜଣଙ୍କ ନିକଟସ୍ଥ ଡାବରଧୂଆ ଗାଁର ଉପେନ୍ଦ୍ର ସୁବୁଦ୍ଧି । ବୋଲଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Advertisement