ଟ୍ରଲରକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ୨ ଗୁରୁତର

174
ADVERTISEMENT

ଚୌଦ୍ୱାର,୧୫/୯(ଡ଼ି.ଏଚ/ବ୍ୟୁରୋ): ଚୌଦ୍ୱାର ମଙ୍ଗୁଳି ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ, ୨ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ହାଇୱ ପେଟ୍ରୋଲିଂ କର୍ମଚାରୀ ଓ ଚୌଦ୍ୱାର ଅଗ୍ନିଶମ ବିଭାଗ କର୍ମଚାରୀ ଚିକିତ୍ସା ପାଇଁ ବଡ଼ ମେଡିକାଲ ପଠାଇଥିବା ବେଳେ ମୃତକକୁ ବ୍ୟବଚ୍ଛେଦ ପାଇଁ କଟକ SCB ହସ୍ପିଟାଲକୁ ପଠାଇଛି । ସୂଚନା ଅନୁଯାୟୀ କୋଲକତାରୁ କଟକ ଅଭିମୁଖେ ଆସୁଥିବା ଆଇଚର ଟ୍ରକଟି ମଙ୍ଗୁଳି ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଯାଜପୁରରୁ ଭିଲାଇ ରାୟପୁର ଅଭିମୁଖେ ଯାଉଥିବା ଟ୍ରଲର କୁ ଧକା ଦେବା ଫଳରେ ଘଟଣା ସ୍ଥଳରେ କୋଲକତାରୁ କଟକ ଅଭିମୁଖେ ଆସୁଥିବା ଟ୍ରକଟିର ଡ୍ରାଇଭରର ଶୋଚନୀୟ ମୃତ୍ୟୁ ଘଟିଛି । ହାଇୱ ପେଟ୍ରୋଲିଂ ଡିୟୁଟିରେ ଥିବା ଅଫିସର ରମାକାନ୍ତ ନାୟକ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଁଚି ପ୍ରଥମେ ଆମ୍ବୁଲାନ୍ସ ଓ ପରେ ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।

Advertisement