ଭଦ୍ରକ,୧୧/୯(ଡ଼ି.ଏଚ/ବ୍ୟୁରୋ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ଟ୍ରକକୁ ପଛରୁ ଏକ ବାଇକ ପିଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଟ୍ରକ ପଛରେ ଉକ୍ତ ବାଇକ ପିଟି ହେବା ପରେ ସଭିଏଁ ରାସ୍ତାକୁ ଛିଟିକି ପଡିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।