ଡେମ୍ବାଗୁଡାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଦାବି ।

107
ADVERTISEMENT

ରାୟଗଡା ,୭/୦୯(ଡି.ଏଚ ବ୍ୟୁରୋ):ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅନେକ ଲୋକ ଜମିହରା ହୋଇଛନ୍ତି । କିନ୍ତୁ ଦୀପତଳ ଅନ୍ଧାର ସଦୃଶ୍ୟ ପ୍ରକଳ୍ପ କାର୍ଯ୍ୟ ଆମ୍ଭମାନଙ୍କର ଗାଧୋଇବା କାର୍ଯ୍ୟରେ ଲାଗୁଛି । ଏବଂ ଚଳିତବର୍ଷ ବୃଷ୍ଟିହୀନତା ଯୋଗୁଁ ପଂଚାୟତରେ ଅଧିକାଂଶ ଧାନଫସଲ ପୋଡିଯାଇଛି । ଜଳସଂପଦ ବିଭାଗର ନିୟାମାନୁଯାୟୀ ଜଳଭଣ୍ଡାରରୁୂ ୧୦% ଜଳ ସ୍ଥାନୀୟ ଅଂଚଳର କୃଷି ନିମନ୍ତେ ଯୋଗାଇ ଦିଆଯିବ । କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ । ମେଗା ଜଳ ପ୍ରକଳ୍ପ କରାଗଲେ ଆମ ଅଂଚଳରେ ଜଳଯୋଗାଣର ସୁବିଧାହେବ । ଏବଂ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳରେ କୃଷି କାର୍ଯ୍ୟ ହିଁ ଲୋକମାନଙ୍କର ପ୍ରଧାନ ଜୀବିକା ତେଣୁ ମେଗା ପ୍ରକଳ୍ପ ନିର୍ମାଣ କରି ଜଳଯୋଗାଣର ସୁବିଧା ଯୋଗେଇଦେବା ନିମନ୍ତେ ଡେମ୍ବାଗୁଡା ଅଂଚଳର ସରପଂଚ ,ସମିତି ସଭ୍ୟ ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ ସହ ଦାବି ।

Advertisement