ନିର୍ମାଣଧୀନ ବ୍ରିଜ ଉପରୁ ୨ ମୃତଦେହ ଜବତ

90
ADVERTISEMENT

ଯାଜପୁର,୩/୯(ଡ଼ି.ଏଚ/ବ୍ୟୁରୋ): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ଆଜି ୨ ଯୁବକଙ୍କ ମୃତଦେହ ଜବତ କରାଯାଇଛି । ମିର୍ଜାପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣଧୀନ ବ୍ରିଜ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବ୍ରିଜ ତଳୁ ଏକ ବାଇକ ମଧ୍ୟ ଜବତ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement