ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା

285
ADVERTISEMENT

ବଲାଙ୍ଗିର,୩/୯(ଡ଼ି.ଏଚ/ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତର କାଦୋବେଡା ଗାଁରେ । ୬୦ ବର୍ଷୀୟ ରିଚେକ ବନଛୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷୀ ରିଚେକ୍ ବନଛୋର ଜଣେ ଭାଗଚାଷୀ। ଧାର କରଜ କରି ଉଭୟ ଧାନ ଓ କପା ଚାଷ କରିଥିଲେ । ବର୍ଷା ଅଭାବରୁ ଚିନ୍ତାରେ ଥିଲେ। କପା ଚାଷ କରିଥିବାରୁ ମହାଜନ ଠାରୁ ଉଭୟ କପା ମଞ୍ଜି ,ସାର,କିଟନାଶକ ଉଧାରି ଆଣିଥିଲେ । କିନ୍ତୁ ବର୍ଷା ଅଭାବ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ପବିତ୍ର ବନଛୋର ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ରିଚେକ୍ ବନଛୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଶବ ବର୍ତମାନ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Advertisement