ଯୁବକଙ୍କୁ ନିର୍ମମ ହତ୍ୟା, ଖିଅ ଖୋଜୁଛି ପୋଲିସ

304
ADVERTISEMENT

ବାଲେଶ୍ୱର,୨୯/୮(ଡ଼ି.ଏଚ/ବ୍ୟୁରୋ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁରେ ଥିବା ସତ୍ୟନଗରରେ ହତ୍ୟାକାଣ୍ଡ। ଜଣେ ଯୁବକକୁ ଗତକାଲି ସନ୍ଧ୍ୟାରେ ନିର୍ମମ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ସେହି ଥାନା ଅଧୀନ ଗଣେଶ୍ବରପୁରର ରମେଶ ଚନ୍ଦ୍ର ବେହେରା । ବାଇପାସ୍ ରାସ୍ତାଠାରୁ ପ୍ରାୟ ଶହେ ମିଟର ଦୂରରେ ଅନ୍ଧାରରେ ପଡ଼ିଥିବା ଶବର ଫଟୋକୁ ସନ୍ଧ୍ୟାରେ କେହି ଭାଇରାଲ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଖବରପାଇ ପୁଲିସ ପହଞ୍ଚିଥିଲା । ରମେଶର ମୁହଁ ସମ୍ପୂର୍ଣ୍ଣ ବିଭତ୍ସ ହୋଇଥିଲା ଯେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ଥିଲା । ଘଟଣାସ୍ଥଳରେ ମାରଣାସ୍ତ୍ରର ଦୁଇଟି ବେଣ୍ଟ ପଡ଼ିଥିବା ଦେଖାଯାଇଥିଲା । ତେବେ ଜମିଜମା ଘଟଣାକୁ କେନ୍ଦ୍ରକରି ଏଭଳି ହୋଇଥିବା ଆଲୋଚନା ହେଉଛି । ତେବେ ଆକ୍ରମଣର କାରଣ କିଛି ଜଣା ପଡିନଥିବାବେଳେ ଜମିଜମା ଓ ପୂର୍ବଶତ୍ରୁତା ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ ଟିମ୍ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯିବ।

Advertisement