ଦେଶୀ ମଦଭାଟି ଉପରେ ଅବକାରୀ ବିଭାଗ ରେଡ୍

108
ADVERTISEMENT

ଭୁବନେଶ୍ୱର,୧୩/୮(ଡ଼ି.ଏଚ/ବ୍ୟୁରୋ): ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦଭାଟି ଉପରେ ଚଢାଉ । ଫଳରେ ହଜାର ହଜାର ପୋଚ ନଷ୍ଟ କରାଯିବା ସହ ମଦ ଭାଟିରେ ନିଆଁ ଲଗାଇଦିଆଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଅଞ୍ଚଳରେ । ଏହି ଅଞ୍ଚଳରେ ଦୀର୍ଘଦିନ ହେବ ଚୋରା ଦେଶୀମଦ ଭାଟି ଚାଲୁଥିବା ଯୋଗୁଁ ବାରମ୍ବାର ଚଢାଉ କଲେ ମଧ୍ୟ ବନ୍ଦ୍ କରିପାରୁନାହିଁ ଅବକାରୀ ବିଭାଗ । ଗତ କିଛି ଦିନ ତଳେ ଏହି କରଡାପଲ୍ଲି ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ ସମୟରେ ବୋତଲ ବୋମା ମାଡକରିଥିଲେ ଅଭିଯୁକ୍ତ । କିଛି ଦିନ ନ ଯାଉଣୁ ପୁଣି ସେଠାରେ ଚାଲିଥିଲା ବିସ୍ତିର୍ଣ୍ଣ ଅଞ୍ଚଳରେ ମଦ ରନ୍ଧା । ସେଠାରେ କଟକ ଫ୍ଲାଇଂ ସ୍ୱାର୍ଡ , ଆଠଗଡ ଅବକାରୀ ବିଭାଗ ସହ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତରେ ରେଡ କରାଯାଇ ହଜାର ହଜାର ଲିଟର ମଦପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିଛନ୍ତି ।

Advertisement