ସାଲେପୁର,୦୭/୦୮(ଡ଼ି.ଏଚ/ବ୍ୟୁରୋ): ଡ୍ରାଇଭରଙ୍କ ଅସାବଧାନକତା ଯୋଗୁଁ ପାଣିରେ ଭାସିଗଲା ଚାଉଲ । କିଲୋ ନୁହେଁ କି ୨ କିଲୋ ନୁହେଁ ଏକାଥରକେ ନଷ୍ଟ ହୋଇଛି ୨୫ ଟନ ଚାଉଳ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ-ନଇଗୁଆଁ ରାସ୍ତା କଡ଼ରେ ଯାଇଥିବା ବ୍ରାଞ୍ଚ କେନାଲରେ ।

ଗତ ବିଳମ୍ବିତ ରାତିରେ ସୋନପୁରରୁ ୨୫ ଟନ୍ ସରକାରୀ ଚାଉଳ ନେଇ ଏକ ଟ୍ରକ କଟରପା ଗାଁରେ ଥିବା ସରକାରୀ ଗୋଦାମକୁ ଆସୁଥିବା ବେଳେ କୈାଣସି କାରଣରୁ ଟ୍ରକ୍ ଟି ସ୍ଥାନୀୟ କେନାଲକୁ ଖସି ପଡିଥିଲା । ଫଳରେ ଟ୍ରକରେ ଥିବା ୨୫ ଟନ୍ ଚାଉଳ ସହ ଟ୍ରକ୍ ଟି ପାଣିରେ ବୁଡି ଗଲା । ଆଉ ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଗଲେ ।

ଟ୍ରକ୍ ରେ ଆସିଥିବା ୨୫ ଟନ୍ ଚାଉଳ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଏଭଳି ସଂର୍କିନ ରାସ୍ତା ଦେଇ ଡ୍ରାଇଭର ଗାଡ଼ି କାହିଁକି ଆଣୁଥିଲା ନାଁ ଏ ସରକାରୀ ଚାଉଳ ଆଉ କେଉଁଠାକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।