ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୬ ଜଣ କରୋନା ପଜିଟିଭ ଚିହ୍ନଟ

95
ADVERTISEMENT

ଭୁବନେଶ୍ୱର,୦୭/୦୮(ଡ଼ି.ଏଚ/ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୦ ଜଣ, ବାଲେଶ୍ୱରରୁ ୭୭ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୨୧ ଜଣ, ବଲାଙ୍ଗୀରରୁ ୭ ଜଣ, କଟକରୁ ୯୨ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୫୮ ଜଣ, ଯାଜପୁରରୁ ୬୮ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୩୬ ଜଣ, କେଉଁଝରରୁ ୧୩ ଜଣ, ଖୋର୍ଦ୍ଧାରୁ ୩୮୯ ଜଣ, କୋରାପୁଟରୁ ୭ ଜଣ, ମାଲକାନଗିରିରୁ ୪ ଜଣ, ମୟୁରଭଞ୍ଜରୁ ୩୨ ଜଣ, ନୟାଗଡ଼ରୁ ୨୯ ଜଣ, ନୂଆପଡ଼ାରୁ ୨, ପୁରୀରୁ ୪୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୮ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟ ପୁଲରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୮୫, ୮୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୬୬, ୯୨୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୨, ୪୮୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Advertisement