ବଲାଙ୍ଗୀର,୦୫/୦୮(ସୁନୀଲ ତ୍ରିପାଠୀ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫ ଟି ସଚିବ ପାଣ୍ଡିଆନ ଓ ଏନ ଏଚ ଏମ ର ମିଶନ ଡାଇରେକ୍ଟର ଶାଳିନୀ ପଣ୍ଡିତ ବଲାଙ୍ଗୀର ଗସ୍ତରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଆଜି ସକାଳୁ ପ୍ରଥମେ ଦେଓଗାଁ ହାଇସ୍କୁଲ ପରିଦର୍ଶନ କରିଥିଲେ , ଏହାପରେ ବଲାଙ୍ଗୀର ସହରସ୍ଥିତ ପିପି ଏକାଡେମୀ ହାଇସ୍କୁଲରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଲଲଟିକ୍ରା ସ୍ଥିତ ମେଡିକାଲ କଲେଜ ନିର୍ମାଣାଧୀନ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ଲୋୟର ସୁକତେଲ ପ୍ରକଳ୍ପର ଅଗ୍ରଗତି ବୁଲି ଦେଖିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରଣା, ଏସପି ନିତିନ କୁସଲଜର ଓ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।